ଯିଶାଇୟ 27:9 - ପବିତ୍ର ବାଇବଲ9 ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ। Gade chapit laପବିତ୍ର ବାଇବଲ (Re-edited) - (BSI)9 ଏହେତୁ ଏହା ଦ୍ଵାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ। Gade chapit laଓଡିଆ ବାଇବେଲ9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ। Gade chapit la |
ଲୋକମାନେ ବାଲ୍ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ।