Biblia Todo Logo
Bib sou entènèt

- Piblisite -




ଯିଶାଇୟ 24:12 - ପବିତ୍ର ବାଇବଲ

12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ନଗରରେ ଧ୍ଵଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ଵାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

12 ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।

Gade chapit la Kopi




ଯିଶାଇୟ 24:12
12 Referans Kwoze  

ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ଯିରୁଶାଲମର ଦ୍ୱାରଦେଶ ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।


ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା'ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।


ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି। କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।


ତାହାର ନଗରଦ୍ୱାର ସବୁ ଭୂମିସାତ୍ ହୋଇଅଛି, ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ ହୋଇଗଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ୟ‌ଦ୍‌ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇ ନାହାନ୍ତି।


ସିୟୋନର ସମସ୍ତ ପଥ ଶୋକରେ ପରିପୂର୍ଣ୍ଣ, କାରଣ କେହି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାନ୍ତି। ତାହାର ସମସ୍ତ ଫାଟକ ଶୂନ୍ୟ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନରେ ବହୁ ପୀଡ଼ା ପାଇଅଛି।


ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସେହି ସହର ଲୋକପୂର୍ଣ୍ଣ ଥିଲା, ଯିରୁଶାଲମ ପୃଥିବୀର ମହାନ ନଗରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ୟ ଅଛି। ସେ ଯିଏ କି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାୟୀନୀ ଦାସୀପରି ହୋଇଅଛି।


“ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ୱଂସସ୍ଥାନ କରିବା।”


ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ।


ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।


ନଗରର ଦ୍ୱାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ। ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ। ଉତ୍ତର ଦିଗକୁ ଗ୍ଭହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ୟ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ।


ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।


ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।


Swiv nou:

Piblisite


Piblisite