Biblia Todo Logo
Bib sou entènèt

- Piblisite -




ଯିଶାଇୟ 23:8 - ପବିତ୍ର ବାଇବଲ

8 ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି। ସେଠିକାର ବଣିକଗଣ ରାଜ ତୁଲ୍ୟ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି?

Gade chapit la Kopi

ଓଡିଆ ବାଇବେଲ

8 ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି?

Gade chapit la Kopi




ଯିଶାଇୟ 23:8
11 Referans Kwoze  

ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।


ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ?


ଅଶୂର ନିଜକୁ ନିଜେ କହିହୁଏ, ‘ମୋର ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।


ତୋ’ ପାଖରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।


ପୁଣି ସେମାନେ ତୁମ୍ଭର ସମ୍ପଦସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ। ଆଉ ମଧ୍ୟ ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ରମଣୀୟ ଗୃହଗୁଡ଼ିକୁ ଧ୍ୱଂସ କରିବେ। ପୁଣି ସେମାନେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନେଇ ସମୁଦ୍ର ଜଳରେ ନିକ୍ଷେପ କରିବେ।


ତୁମ୍ଭର ବହୁ ବ୍ୟବସାୟୀ ଅଛନ୍ତି। ସେମାନେ ଆକାଶ ତାରା ସଦୃଶ ଅଗଣିତ ଏବଂ ସେମାନେ ପଙ୍ଗପାଳ ସଦୃଶ। ସେମାନେ ସବୁ ଶେଷ ହେବା ପର୍ଯ୍ୟନ୍ତ ଖାଆନ୍ତି ଏବଂ ପରେ ସେମାନେ ସେହି ସ୍ଥାନ ଛାଡ଼ନ୍ତି।


ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୂଳିପରି ଓ ସୁନାକୁ କାଦୁଅପରି ରାସ୍ତାରେ ଗଦା କଲା।


Swiv nou:

Piblisite


Piblisite