Biblia Todo Logo
Bib sou entènèt

- Piblisite -




ଯିଶାଇୟ 22:6 - ପବିତ୍ର ବାଇବଲ

6 ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟମାନେ ତୁଣୀର ଧରି ଯୁଦ୍ଧକୁ ଗଲେ ଓ ତୀର ଢାଲ ଅନାବୃତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ଏଲମ ରଥାରୋହୀ ଓ ଅଶ୍ଵାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍ ଢାଲ ଅନାବୃତ କଲା।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଏଲମ୍‍ ରଥାରୋହୀ, ଅଶ୍ୱାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍‍ ଢାଲ ଅନାବୃତ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଏଲମ୍‍ ରଥାରୋହୀ, ଅଶ୍ୱାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍‍ ଢାଲ ଅନାବୃତ କଲା।

Gade chapit la Kopi




ଯିଶାଇୟ 22:6
9 Referans Kwoze  

ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।


ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ହେ ଏଲମ୍! ଯାଅ ଯୁଦ୍ଧ କର। ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।


ସଦାପ୍ରଭୁ ଏହା କୁହନ୍ତି, “ହେ ଇସ୍ରାଏଲ ସନ୍ତାନମାନେ, ତୁମ୍ଭେମାନେ ଆମ୍ଭ ନିକଟରେ କୂଶୀୟ ସନ୍ତାନମାନଙ୍କ ତୁଲ୍ୟ। ଆମ୍ଭେ ମିଶରରୁ ଇସ୍ରାଏଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀୟମାନଙ୍କୁ ଆଣିଅଛୁ।”


“ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବା। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।


ମୋୟାବ ବିଷୟରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରିରେ ମୋୟାବର ଆର ନଗରରୁ ସୈନ୍ୟମାନେ ସମସ୍ତ ଧନ ନେଇଗଲେ ଏବଂ ତାକୁ ମଧ୍ୟ ଧ୍ୱଂସ କଲେ। ଆଉ ମଧ୍ୟ ଦିନେ ରାତ୍ରିରେ ସୈନ୍ୟମାନେ ମୋୟାବର ବୀର ନଗରରୁ ସମସ୍ତ ଧନ ନେଇଗଲେ ଓ ସେ ନଗରକୁ ମଧ୍ୟ ଧ୍ୱଂସ କଲେ।


ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫ‌କ୍‌ଷଦ ଓ ଲୂଦ୍ ଓ ଅରାମ୍।


ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


Swiv nou:

Piblisite


Piblisite