Biblia Todo Logo
Bib sou entènèt

- Piblisite -




ଯିଶାଇୟ 21:4 - ପବିତ୍ର ବାଇବଲ

4 ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି। ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସାୟଂକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋ’ ପ୍ରତି ଥରହରର କାରଣ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।

Gade chapit la Kopi




ଯିଶାଇୟ 21:4
19 Referans Kwoze  

ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ, ଏକ ଛନ୍ଦାଛନ୍ଦି ହୋଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡ଼ିଯାଏ। ତୁମ୍ଭେମାନେ ମଦ୍ୟପମାନଙ୍କ ପରି ହେବ। ତୁମ୍ଭେମାନେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ୟ ଗ୍ରାସିତ ହେବ।


ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେ ଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ।


ରାଜା ବେ‌‌ଲ୍‌‌‌‌ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ।


ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ ଓ କେବେ ଜାଗ୍ରତ ହେବେ ନାହିଁ।” ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।


ସଦାପ୍ରଭୁ କହନ୍ତି, “ସେମାନେ ଉତ୍ତ୍ୟକ୍ତ ହେଲା ପରେ ଆମ୍ଭେ ସେମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସେମାନଙ୍କୁ ଆହ୍ଲାଦିତ କରିବା ପାଇଁ ସେମାନଙ୍କୁ ମତ୍ତ କରିବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ, ଆଉ ଉଠିବେ ନାହିଁ।”


ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି।


ତୁମ୍ଭେ ଯେଉଁ ଆଶଙ୍କା କରିବ; ତୁମ୍ଭ ହୃଦୟର ସେହି ଆଶଙ୍କା ହେତୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ହେତୁ ସକାଳ ହେଲେ, ତୁମ୍ଭେମାନେ କହିବ, ‘ଆହା ସନ୍ଧ୍ୟା ହୁଅନ୍ତା କି।’ ପୁଣି ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିବ, ‘ଦିନ ହୁଅନ୍ତା କି।’ କାରଣ ତୁମ୍ଭେମାନେ ଏପରି ଭୟାଭୟତା ଦୃଶ୍ୟମାନ ଦେଖିବ।


ସେହି ରାତ୍ରିରେ କ‌‌ଲ୍‌‌‌ଦୀୟମାନଙ୍କର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କୁ ବଧ କରାଗଲା।


ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି। ଉତ୍କ୍ରୋଶପକ୍ଷୀ ତା'ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ, ସେମାନେ ଯେତେବେଳେ ପଡ଼ିଯା’ନ୍ତି ସେ ତା'ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ। ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡେଣା ମଧ୍ୟକୁ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସେହିପରି।


ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।


ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ।


ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


Swiv nou:

Piblisite


Piblisite