Biblia Todo Logo
Bib sou entènèt

- Piblisite -




ଯିଶାଇୟ 21:13 - ପବିତ୍ର ବାଇବଲ

13 ଆରବ ବିଷୟକ ଦୁଃଖବାର୍ତ୍ତା। ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧ୍ୟରେ ରାତ୍ରି ଯାପନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆରବ ବିଷୟକ ଭାରୋକ୍ତି। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରିଯାପନ କରିବ।

Gade chapit la Kopi

ଓଡିଆ ବାଇବେଲ

13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।

Gade chapit la Kopi




ଯିଶାଇୟ 21:13
14 Referans Kwoze  

ଦଦାନର ଲୋକମାନେ ମଧ୍ୟ ତୁମ୍ଭର ବ୍ୟବସାୟୀ ଥିଲେ। ତୁମ୍ଭର ଅନେକ ଦ୍ୱୀପ ସହ ବାଣିଜ୍ୟ ଥିଲା। ସେମାନେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ବଦଳରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।


କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍‌ଷନ୍, ମଦାନ୍, ମିଦିୟନ୍, ଯି‌ଶ୍‌ବକ୍, ଓ ଶୂହକୁ ଜନ୍ମ ଦେଲେ। ଯକ୍‌ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍।


ସେହି ଯ‌କ୍‌ଷନ୍ ଶିବା ଓ ଦଦାନକୁ ଜନ୍ମ ଦେଲା। ଦଦାନର ପୁତ୍ରମାନେ ହେଲେ, ଅଶୂରୀୟ, ଲଟୂଶୀୟ ଓ ଲିୟମ୍ମୀୟ।


ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି।


ମାତ୍ର ସେ ଆଉ ସୁନ୍ଦର ହୋଇ ରହିବ ନାହିଁ। ଲୋକମାନେ ଭବିଷ୍ୟତରେ ଆଉ ସେଠାରେ ବାସ କରିବେ ନାହିଁ। ଆରବୀୟମାନେ ଆଉ ସେଠାରେ ତମ୍ବୁ ପକାଇବେ ନାହିଁ। ମେଷପାଳକମାନେ ସେମାନଙ୍କର ମେଷମାନଙ୍କୁ ସେଠାରେ ଚରାଇବା ପାଇଁ ଆଣିବେ ନାହିଁ।


ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ।


ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା। ରୟମାର ସନ୍ତାନମାନେ ଶିବା ଓ ଦଦାନ୍।


କାର୍ଗ ଜାହାଜର ସୁବର୍ଣ୍ଣ ବ୍ୟତୀତ ରାଜା ଶଲୋମନ ମିଶ୍ରିତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ୟବସାୟରୁ ସୁବର୍ଣ୍ଣ ପାଇଲେ।


ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରୟମାର ସନ୍ତାନ।


ପ୍ରହରୀ ଉତ୍ତର କଲା, “ପ୍ରଭାତ ଆସୁଅଛି, ମାତ୍ର ତା'ପରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି, ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”


ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ। ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।


Swiv nou:

Piblisite


Piblisite