Biblia Todo Logo
Bib sou entènèt

- Piblisite -




ଯିଶାଇୟ 19:4 - ପବିତ୍ର ବାଇବଲ

4 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ଆମ୍ଭେ ମିସ୍ରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁର; ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ଵ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ଆମ୍ଭେ ମିସ୍ରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ,” ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ଆମ୍ଭେ ମିସରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi




ଯିଶାଇୟ 19:4
9 Referans Kwoze  

ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ମିଶର ଦେଶ ଦେବି। ସେ ତା'ର ଲୋକମାନଙ୍କୁ ଓ ତାହାର ମୂଲ୍ୟବାନ ଦ୍ରବ୍ୟସବୁ ଲୁଟି ନେଇଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ୟସାମନ୍ତଙ୍କ ବେତନ ନେବ।


ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।” ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।”


ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।


ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ। ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ।


ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।”


ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି। ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରୟ କରିବି। ମୁଁ ବିଦେଶୀମାନଙ୍କ ଦ୍ୱାରା ଦେଶ ତଥା ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।”


କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା'ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ।


ତା'ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅ‌‌ଦ୍‌‌ଭୂତ ଲକ୍ଷଣ ସ୍ୱରୂପ ଅଟେ।


Swiv nou:

Piblisite


Piblisite