Biblia Todo Logo
Bib sou entènèt

- Piblisite -




ଯିଶାଇୟ 19:18 - ପବିତ୍ର ବାଇବଲ

18 ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।

Gade chapit la Kopi

ଓଡିଆ ବାଇବେଲ

18 ସେହି ଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେହି ଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।

Gade chapit la Kopi




ଯିଶାଇୟ 19:18
15 Referans Kwoze  

ତା'ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ।


ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।


ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ।


ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବା‌‌ଲ୍‌‌ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ସେଦିନ ଗୋଟିଏ ବଡ଼ ମେଷର ତୂରୀବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।


ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।


ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସେହି ଅହଙ୍କାରୀଗଣ ଲଜ୍ଜାରେ ଅବନତ ହେବେ। ମାତ୍ର ସେତେବେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।


“ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।


ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।


ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ।


“ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।”


ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା'ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ।


Swiv nou:

Piblisite


Piblisite