Biblia Todo Logo
Bib sou entènèt

- Piblisite -




ଯିଶାଇୟ 19:14 - ପବିତ୍ର ବାଇବଲ

14 ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇ ପଡ଼େ, ସେପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇ ପଡ଼େ, ସେହିପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇପଡ଼େ, ସେହିପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।

Gade chapit la Kopi




ଯିଶାଇୟ 19:14
20 Referans Kwoze  

ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି।


“ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ‌‌ଖ‌ଡ଼୍‌ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’


ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି। ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।


ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।”


“ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି। ତେଣୁ ସେ ନିଜ ବାନ୍ତିରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ।


ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅ‌‌ଦ୍‌‌ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।”


ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।


ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।


ଅବୀମେଲକ୍ ଯିରୁବ୍ବା‌ଲ୍‌ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ।


“ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।”


ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜି‌‌‌ଦ୍‌‌‌ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।


ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ। ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।


ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ।


ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି ଓ ସେହି ଭାରରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।


Swiv nou:

Piblisite


Piblisite