Biblia Todo Logo
Bib sou entènèt

- Piblisite -




ଯିଶାଇୟ 19:13 - ପବିତ୍ର ବାଇବଲ

13 ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣପ୍ରସ୍ତର ସ୍ଵରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

13 ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣପ୍ରସ୍ତର ସ୍ୱରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣ-ପ୍ରସ୍ତର ସ୍ୱରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।

Gade chapit la Kopi




ଯିଶାଇୟ 19:13
14 Referans Kwoze  

ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି, “ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।


ଅଧିକନ୍ତୁ ନୋଫର ଓ ତଫ‌ନ୍‌ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।


“କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ।


ହେ ମିଶରର କନ୍ୟା, ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ୱଂସପ୍ରାପ୍ତ ଓ ଦ‌ଗ୍‌ଧିଭୂତ ହେବ। ସେଠାରେ କେହି ଲୋକ ବାସ କରିବେ ନାହିଁ।


“ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର, ମି‌ଗ୍‌ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ, ‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’


ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି।


ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି: “ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”


ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ।


ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି। ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।


ତା'ପରେ ଶାଉଲ କହିଲେ, “ସମସ୍ତ ନେତାମାନଙ୍କୁ ମୋ’ ପାଖକୁ ଡାକ। ଆସ ଆମ୍ଭେ ଖୋଜିବା, ଆଜି କିଏ ଏହି ପାପ କଲା।


“ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ‌‌ଉ‌‌ତ୍‌‌ଥିତ‌ ହେବ। ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।


ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି ଓ ସୋୟନରେ ଅଗ୍ନି ଲଗାଇବି। ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


Swiv nou:

Piblisite


Piblisite