Biblia Todo Logo
Bib sou entènèt

- Piblisite -




ଯିଶାଇୟ 18:6 - ପବିତ୍ର ବାଇବଲ

6 ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପର୍ବତସ୍ଥ ଦୁର; ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେସବୁ ପରିତ୍ୟକ୍ତ ହେବ; ଦୁର; ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।

Gade chapit la Kopi

ଓଡିଆ ବାଇବେଲ

6 ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।

Gade chapit la Kopi




ଯିଶାଇୟ 18:6
12 Referans Kwoze  

ସେତେବେଳେ ମୃତବ୍ୟକ୍ତିଙ୍କ ଶବଗୁଡ଼ିକ ଆକାଶର ପକ୍ଷୀମାନଙ୍କର ଓ ଭୂଚର ପଶୁମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ତଡ଼ିବାକୁ କେହି ଜୀବିତ ରହିବେ ନାହିଁ।


ସଦାପ୍ରଭୁ କହନ୍ତି, ‘ଆମ୍ଭେ ଗ୍ଭରି ପ୍ରକାରରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା। ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ ତୁମ୍ଭମାନଙ୍କ ଉପରେ ନିଯୁକ୍ତ କରିବା।


ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।


ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ। ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ ନିଜ କବର ବାହାରେ ପଡ଼ି ରହିଛ।


ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।” ମାତ୍ର କ‌‌ଲ୍‌‌ଦୀୟମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀୟମାନେ ତାକୁ ଆକ୍ରମଣ କରି ତା'ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା'ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି। ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି।


ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।


“ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିବେ। କେହି ସେମାନଙ୍କ ପାଇଁ ବିଳାପ କରିବେ ନାହିଁ। ସେମାନଙ୍କୁ କେହି କବର ଦେବେ ନାହିଁ। ସେମାନଙ୍କର ଶବ ଭୂମିରେ ଖତ ହେବ। ସେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସଂହାରିତ ହେବେ। ସେମାନଙ୍କର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହେବ।”


ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ଯାଇଥିବା ଶାଖା ଉପରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧ୍ୟରେ ରହିବେ।


Swiv nou:

Piblisite


Piblisite