Biblia Todo Logo
Bib sou entènèt

- Piblisite -




ଯିଶାଇୟ 18:4 - ପବିତ୍ର ବାଇବଲ

4 ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷା; ହେବା ଓ ଆପଣା ବାସସ୍ଥାନରେ ଥାଇ ନିରୀକ୍ଷଣ କରିବା।

Gade chapit la Kopi

ଓଡିଆ ବାଇବେଲ

4 କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, “ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷାନ୍ତ ହେବା ଓ ଆପଣା ବାସସ୍ଥାନରେ ଥାଇ ନିରୀକ୍ଷଣ କରିବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, “ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷାନ୍ତ ହେବା ଓ ଆପଣା ବାସ ସ୍ଥାନରେ ଥାଇ ନିରୀକ୍ଷଣ କରିବା।”

Gade chapit la Kopi




ଯିଶାଇୟ 18:4
17 Referans Kwoze  

ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”


ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସେମାନଙ୍କର ଅପରାଧ ଲାଗି ଶାସ୍ତି ଦେବାକୁ ନିଜ ସ୍ଥାନ ପରିତ୍ୟାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।


ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।


ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ। ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।”


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ। ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ, ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ, ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’


ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା। ଇସ୍ରାଏଲ କଇଁଫୁଲ ପରି ଫୁଟିବ। ସେ ଲିବାନୋ‌ନ୍‌ର ଦେବଦାରୁ ଗଛପରି ବଢ଼ିବ।


ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।”


ଆଉ ତା'ର ଶୈଳ ଅନ୍ତର୍ହିତ ହେବ। ତା'ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ। ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।”


ମାତ୍ର ସଦାପ୍ରଭୁ କୁହନ୍ତି: “ତୁମ୍ଭର ମୃତମାନେ ଜୀବିତ ହେବେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ୱାସ ନେବା ଆରମ୍ଭ କରିବେ। ହେ ଧୂଳିନିବାସୀଗଣ ଉଠ, ଆନନ୍ଦ କର, କାରଣ ତୁମ୍ଭେମାନେ ପ୍ରଭାତରେ ତୃଣ ଉପର ଶିଶିର ତୁଲ୍ୟ ଭୂମି ମୃତମାନଙ୍କୁ ଜନ୍ମ ଦେବ।”


ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।


“ତା'ପରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ପବିତ୍ର ପର୍ବତ ସିୟୋନରେ ବାସ କରିବା। ଯିରୁଶାଲମ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେବ। ବିଦେଶୀୟମାନେ ଆଉ ଏହି ନଗରରେ ପ୍ରବେଶ କରି ପାରିବେ ନାହିଁ।


ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।


ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇସ୍ରାଏଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭେମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।


କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।


ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ।


Swiv nou:

Piblisite


Piblisite