Biblia Todo Logo
Bib sou entènèt

- Piblisite -




ଯିଶାଇୟ 17:9 - ପବିତ୍ର ବାଇବଲ

9 ସେଦିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ୟ ହୋଇଯିବ। ସେଗୁଡ଼ିକ ଇସ୍ରାଏଲ ଆସିବା ଭୟରେ ପର୍ବତ ଓ ଅରଣ୍ୟ ତୁଲ୍ୟ ହୋଇଯିବେ। ଅତୀତରେ ଇସ୍ରାଏଲ ଭୟରେ ସେମାନେ ପଳାୟନ କରିଥିଲେ। ପୁଣି ସେମାନେ ଭବିଷ୍ୟତରେ ଇସ୍ରାଏଲ ଆସିବା ଭୟରେ ଧ୍ୱଂସ ପାଇଯିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ ସନ୍ତାନ-ଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ।

Gade chapit la Kopi

ଓଡିଆ ବାଇବେଲ

9 ସେହି ଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେହି ଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ-ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ।

Gade chapit la Kopi




ଯିଶାଇୟ 17:9
16 Referans Kwoze  

ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।


ତଥାପି ବାସ କରୁଥିବା ସେହି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା।


କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ୟବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେହେତୁ ସେମାନଙ୍କ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତେବେଳେ ସେମାନେ ତୁମ୍ଭର ବିଧ୍ୱସ୍ତ ନଗର ଦେଖିବେ ସେମାନେ ବିସ୍ମୟରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।”


ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା।


ଇ‌‌ସ୍‌‌ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ‌‌ଖ‌ଡ଼୍‌ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।”


ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା।


ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।


ଏହା ଘଟିବ କାରଣ ତୁମ୍ଭେମାନେ ଆପଣା ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ଭୁଲି ଯାଇଛ। ପରମେଶ୍ୱର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହଁ। ତୁମ୍ଭେମାନେ ବିଦେଶରୁ ସୁନ୍ଦର ସୁନ୍ଦର ଦ୍ରାକ୍ଷାଗ୍ଭରା ଆଣି ରୋପଣ କରୁଛ ମାତ୍ର ତାହା କେବେ ଫଳିବ ନାହିଁ।


Swiv nou:

Piblisite


Piblisite