Biblia Todo Logo
Bib sou entènèt

- Piblisite -




ଯିଶାଇୟ 16:9 - ପବିତ୍ର ବାଇବଲ

9 “ମୁଁ ଯାସେର ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସେମାନଙ୍କର ଦ୍ରାକ୍ଷାଲତା ସବୁ ଧ୍ୱଂସ ପାଇଛି। ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲି ସହିତ ଲୋତକ ଜଳରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ୟଅମଳ ହେବ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ୱନି ରହିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ଶିବ୍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଶ୍ବୋନ୍, ହେ ଇଲୀୟାଲି ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବାନ୍ତ କାରଣ ତୁମ୍ଭର ଗ୍ରୀଷ୍ମ କାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ଵନି ପଡ଼ିଅଛି।

Gade chapit la Kopi

ଓଡିଆ ବାଇବେଲ

9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମ କାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।

Gade chapit la Kopi




ଯିଶାଇୟ 16:9
8 Referans Kwoze  

ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।


ଆଉ ଦେଖ, ଯେଉଁ କ‌‌ଲ୍‌‌ଦୀୟମାନେ ଆମ୍ଭ ନିକଟକୁ ମି‌‌ସ୍‌‌ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।”


ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ।


ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା'ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।


ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶେ ପ୍ରାଣ ବିକଳରେ ରୋଦନ କରି ଅତିଶୟ ବିଳାପ କରିବେ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷୟରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳରେ ପକାଇ ଦିଅ।


Swiv nou:

Piblisite


Piblisite