Biblia Todo Logo
Bib sou entènèt

- Piblisite -




ଯିଶାଇୟ 16:2 - ପବିତ୍ର ବାଇବଲ

2 ମୋୟାବର କନ୍ୟାଗଣ ଅର୍ଣ୍ଣୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାଯ୍ୟ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପରେ, ପକ୍ଷୀ ଛୁଆମାନେ ଏଣେତେଣେ ଧାଇଁଲା ପରି ସେମାନେ ଧାଇଁବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।

Gade chapit la Kopi

ଓଡିଆ ବାଇବେଲ

2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।

Gade chapit la Kopi




ଯିଶାଇୟ 16:2
14 Referans Kwoze  

ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ୟ ଅଟେ।


“ଏହା ପରେ ଇସ୍ରାଏଲ ଲୋକମାନେ ଇଦୋମ ଓ ମୋୟାବ ଦେଶର ମରୁଭୂମି ଦେଇ ଗଲେ। ସେମାନେ ମୋୟାବ ଦେଶର ପୂର୍ବକୁ ଯାତ୍ରା କଲେ। ସେମାନେ ଅର୍ଣ୍ଣୋନର ସେପାରିରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ମୋୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମୋୟାବର ସୀମା ଥିଲା।


“ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି। ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ମୋୟାବ ଧ୍ୱଂସ ହୋଇଅଛି ବୋଲି ଅର୍ଣ୍ଣୋନରେ ପ୍ରଗ୍ଭର କର।


ଆହତ ହରିଣ ଓ ପାଳକହୀନ ମେଷପାଳକମାନଙ୍କ ପରି ବାବିଲର ଲୋକମାନେ ପଳାୟନ କରିବେ। ସେମାନେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହେବେ।


ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା।


“ତେଣୁ ଆମ୍ଭେମାନେ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟରଠାରୁ ସେହି ସମସ୍ତ ଦେଶ ନିଜର କରଗତ କଲୁ, ସେଥିରୁ ମୁଁ ଗିଲିୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତାହାର ନଗରଗୁଡ଼ିକୁ ରୁବେନ୍ ବଂଶକୁ ଓ ଗାଦ୍ ବଂଶକୁ ଦେଲି।


“ଏହି ପ୍ରକାରରେ, ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହାତରୁ ଅର୍ଣ୍ଣୋନ ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।


ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟେରଠାରୁ ଏବଂ ଉପତ୍ୟକାର ମଧ୍ୟବର୍ତ୍ତୀଠାରୁ ଗିଲିୟଦ ପର୍ଯ୍ୟନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନ ଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭ ସମ୍ମୁଖରେ ସବୁ ସମର୍ପଣ କଲେ।


ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାୟନ କରିଛନ୍ତି, ତା'ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।


ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ।


ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।


ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ, ତାହାର ସମସ୍ତ ନଗର ଧ୍ୱଂସ ପାଇବ ଓ ତା’ ମଧ୍ୟରେ କେହି ବାସ କରିବେ ନାହିଁ।


ହେ ମୋୟାବ, ତୁମ୍ଭକୁ ଧିକ୍, କମୋଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।


Swiv nou:

Piblisite


Piblisite