Biblia Todo Logo
Bib sou entènèt

- Piblisite -




ଯିଶାଇୟ 16:1 - ପବିତ୍ର ବାଇବଲ

1 ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲାଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।

Gade chapit la Kopi

ଓଡିଆ ବାଇବେଲ

1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।

Gade chapit la Kopi




ଯିଶାଇୟ 16:1
8 Referans Kwoze  

ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।


ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ।


ଅମ‌ତ୍‌ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ।


ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା'ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।


ପ୍ରାନ୍ତର ଓ ତା'ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠାରେ କେଦାର ବାସ କରେ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଶେଲା ନିବାସୀମାନେ ଆନନ୍ଦରେ ଓ ଶାନ୍ତିରେ ବାସ କରନ୍ତି, ସେମାନେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ୱରରେ ଗାନ କରନ୍ତୁ।


ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।


ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ୟା, ପର୍ବତରେ ତୁମ୍ଭେ ପୁନର୍ବାର ଶାସନ ଗାଦିରେ ରହିବ। ଆଉ ଅତୀତ ପରି ଯିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ୟ ହେବ।”


“ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ।


Swiv nou:

Piblisite


Piblisite