Biblia Todo Logo
Bib sou entènèt

- Piblisite -




ଯିଶାଇୟ 14:8 - ପବିତ୍ର ବାଇବଲ

8 ଏପରିକି ଲିବାନୋ‌ନ୍‌ର ଦେବଦାରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସେହି ଗଛଗୁଡ଼ିକ ମଧ୍ୟ କହିବେ, “ରାଜା ଆମ୍ଭକୁ ଛେଦନ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍‍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ‘ତୁମ୍ଭେ ଭୂମିସାତ୍‍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।’

Gade chapit la Kopi




ଯିଶାଇୟ 14:8
5 Referans Kwoze  

ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦେଲା ବେଳେ, ତାହାର ପତନ ଶବରେ ଗୋଷ୍ଠୀୟମାନେ କମ୍ପିତ ହେଲେ। ପୁଣି ପୃଥିବୀରେ ଥିବା ଏଦନର ସମସ୍ତ ଜଳ ସେଚିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋ‌ନ୍‌ର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀରେ ସାନ୍ତ୍ୱନା ଦିଆଗଲା।


ତୁମ୍ଭେ ଦେବଦାରୁ ଜାତୀୟ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡ଼ିଯାଇଛି। ଶକ୍ତିଶାଳୀମାନେ ଧ୍ୱଂସ ହୋଇଛନ୍ତି। ଶୋକ କର, ହେ ବାଶନର ଅଲୋନବୃକ୍ଷ ସେହି ଦୁର୍ଗମ ବନ କଟାଗଲା।


ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।


ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, “ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ ମୁଁ ଲିବାନୋନକୁ ପରାସ୍ତ କରିଅଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।


Swiv nou:

Piblisite


Piblisite