Biblia Todo Logo
Bib sou entènèt

- Piblisite -




ଯିଶାଇୟ 14:32 - ପବିତ୍ର ବାଇବଲ

32 ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ। ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।

Gade chapit la Kopi

ଓଡିଆ ବାଇବେଲ

32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, “ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।”

Gade chapit la Kopi




ଯିଶାଇୟ 14:32
30 Referans Kwoze  

ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ। ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।


ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି।


ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ।


ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।


ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ୟା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ୟ ଗୃହ ମଧ୍ୟରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରୟସ୍ଥଳ।


ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା'ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା।


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


ସେହି ସମୟରେ ବାବିଲ ରାଜା ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।


ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।


ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ।


ଆମ୍ଭେମାନେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”


କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ।


ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।


ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ।


“ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ ଓ ସାନ୍ତ୍ୱନା ବିରହିତ ନଗରୀ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।


କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ।


ଅଶୂରର ରାଜା ଶୁଣିବାକୁ ପାଇଲେ, “ରାଜା ତିହୀକ କୂଶ ଦେଶରେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି,” ଯେତେବେଳେ ଅଶୂରର ରାଜା ଏ କଥା ଶୁଣିଲେ, ସେ ହିଜକିୟ ପାଖକୁ ଦୂତଗଣ ପଠାଇଲେ ଏବଂ କହିଲେ,


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା'ର ଅଣ୍ଟାର ବଳୟ ସଦୃଶ ହେବ।


ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି।


ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ।


ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।


ସଦାପ୍ରଭୁଙ୍କଠାରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।


ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସେମାନେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ। ଗୋଟିଏ ନିଃଶ୍ୱାସ ସେ ସମସ୍ତଙ୍କୁ ନେଇଯିବ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତରେ ଅଧିକାରୀ ହେବ।”


“ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।”


ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସେମାନେ ସେହି ନଗର ଆଡ଼କୁ ଗମନ କଲେ।


Swiv nou:

Piblisite


Piblisite