Biblia Todo Logo
Bib sou entènèt

- Piblisite -




ଯିଶାଇୟ 14:29 - ପବିତ୍ର ବାଇବଲ

29 ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ହେ ପଲେଷ୍ଟୀୟେ, ଯେଉଁ ଦଣ୍ତ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ।

Gade chapit la Kopi

ଓଡିଆ ବାଇବେଲ

29 ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 “ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ।

Gade chapit la Kopi




ଯିଶାଇୟ 14:29
27 Referans Kwoze  

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି।


ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ।


ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯ‌‌ବ୍‌‌ନିର ଓ ଅ‌ସ୍‌ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅ‌ସ୍‌ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ।


“ତା'ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ।


ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାରରେ ଥିଲେ ମଧ୍ୟ ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ।


ତୁମ୍ଭେ ତୁମ୍ଭର ଭାଇର ଦୁଃଖରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ୍ ନ ଥିଲା। ଯେତେବେଳେ ଯିହୁଦା ଧ୍ୱଂସ ହେଲା, ତୁମ୍ଭେ ଖୁସୀ ହେଲ। ତାହା ମଧ୍ୟ ତୁମ୍ଭର କରିବା ଉଚିତ୍ ନ ଥିଲା। ତୁମ୍ଭେ ସେମାନଙ୍କ ଦୁଃଖରେ ଯେଉଁ ବଡ଼ିମା ଦେଖାଇଲ ତାହା ତୁମ୍ଭର କରିବା ଉଚିତ୍ ନ ଥିଲା।


ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ।


ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”


“ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’”


ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ।


ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗି‌ମ୍‌ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।


ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।


ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ।


ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।”


ମୁଁ ଏହା କହୁଛି, କାରଣ ତୁମ୍ଭେମାନେ ଯାକୁବ ବଂଶକୁ ପରିତ୍ୟାଗ କରିଛ। ତୁମ୍ଭେମାନେ ସେହି ଲୋକ ଯେଉଁମାନେ କି ପୂର୍ବଦେଶୀୟମାନଙ୍କ ଆଗ୍ଭରରେ ପରିପୂର୍ଣ୍ଣ। ତୁମ୍ଭେମାନେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ୟ‌ଦ୍‌ବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀୟମାନଙ୍କର ସେହି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନେଇଛନ୍ତି।


ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ।


ନଗରର ଦ୍ୱାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ। ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ। ଉତ୍ତର ଦିଗକୁ ଗ୍ଭହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ୟ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ।


ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।


ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସେହି ବାକ୍ୟ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି ଓ ସେ ତୁମ୍ଭ ବିପକ୍ଷରେ ସେମାନଙ୍କୁ ଉନ୍ନତ କରିଅଛନ୍ତି।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ପଲେଷ୍ଟୀୟ ଲୋକମାନେ ପ୍ରତିଶୋଧ ନେଲେ ଏବଂ ତାହା ଈର୍ଷାପରାୟଣ ହୃଦୟରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଗ୍ଭହିଁଲେ।”


“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା।


ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ।


ଆଉ ମଧ୍ୟ ଅ‌‌ସ୍‌‌ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା'ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।


ଘସାରେ କାହାରିକୁ ଛଡ଼ାଯିବ ନାହିଁ। ଅସ୍କିଲୋନ ଧ୍ୱଂସ ହେବ, ମଧ୍ୟାହ୍ନ ସୁଦ୍ଧା ଲୋକମାନଙ୍କୁ ଅସଦୋଦ୍ ଛାଡ଼ିବାକୁ ବାଧ୍ୟ କରାଯିବ। ଇକ୍ରୋଣ ଶୂନ୍ୟ ହୋଇଯିବ।


ତୁମ୍ଭେ କରେଥୀୟର ଲୋକମାନେ, ତୁମ୍ଭେମାନେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭେମାନେ ସମସ୍ତେ ଧ୍ୱଂସ ହେବ। ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିବେ ନାହିଁ।


“ଅସ୍କିଲୋନ ତାହା ଦେଖି ଭୟଭୀତ ହେବ ଓ ଘସାର ଲୋକମାନେ ଭୟରେ ଥରିବେ। ଇକ୍ରୋଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସାରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ୟ ଅସ୍କିଲୋନ ଜନଶୂନ୍ୟ ହେବ।


Swiv nou:

Piblisite


Piblisite