ଯିଶାଇୟ 14:25 - ପବିତ୍ର ବାଇବଲ25 ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ। Gade chapit laପବିତ୍ର ବାଇବଲ (Re-edited) - (BSI)25 ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ। Gade chapit laଓଡିଆ ବାଇବେଲ25 ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ।” Gade chapit la |
ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।
ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ଖଡ଼୍ଗରେ ବଧ କଲେ।
“ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗରେ ଅଛି, ସେମାନେ ସମସ୍ତେ ହତ, ଖଡ଼୍ଗ ଦ୍ୱାରା ପତିତ ହୋଇଅଛନ୍ତି। ଆଉ ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ଜନ୍ମାଉଥିଲେ ସେମାନେ ସମସ୍ତେ ଖଡ଼୍ଗରେ ନିହତ ହୋଇ ପତିତ ହୋଇଅଛନ୍ତି।