ଯିଶାଇୟ 14:2 - ପବିତ୍ର ବାଇବଲ2 ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ। Gade chapit laପବିତ୍ର ବାଇବଲ (Re-edited) - (BSI)2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହୁଞ୍ଚାଇ ଦେବେନ୍ତ ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ଵ କରିବେ। Gade chapit laଓଡିଆ ବାଇବେଲ2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। Gade chapit la |
ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ, କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ। ସେମାନେ ତୁମ୍ଭର ଅନୁସରଣ କରିବେ। ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ, ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି, ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”