Biblia Todo Logo
Bib sou entènèt

- Piblisite -




ଯିଶାଇୟ 14:14 - ପବିତ୍ର ବାଇବଲ

14 ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଉପରକୁ ଉଠିବା ଏବଂ ପରମେଶ୍ୱରଙ୍କ ତୁଲ୍ୟ ସର୍ବୋପରିସ୍ଥ ହେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ଵକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।

Gade chapit la Kopi

ଓଡିଆ ବାଇବେଲ

14 ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଉର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।’

Gade chapit la Kopi




ଯିଶାଇୟ 14:14
12 Referans Kwoze  

ହେ ସୁଖଭୋଗିନୀ! ଏବେ ଏହା ଶୁଣ, ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ, ‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’


ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।”


ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।


ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ। ତା'ର ମସ୍ତକ ମେଘକୁ ଛୁଇଁ ପାରେ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ପରମେଶ୍ୱରଙ୍କ ଆସନରେ ବସିଅଛି;” “‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ, ତୁମ୍ଭେ ମନୁଷ୍ୟ ମାତ୍ର।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେହି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡାଳସବୁର ଶିଖର ଦେଶ ଉଚ୍ଚତାରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା।


“ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।


“ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ; ଆଗୋ କ‌‌ଲ୍‌‌ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭେମାନେ ଆଉ କୋମଳ ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।


ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ‘ଲେବ-କାମାଇ’ ନିବାସୀମାନଙ୍କ ବିରୁଦ୍ଧରେ ଏକ ଶକ୍ତିଶାଳୀ ବିନାଶକ ବାୟୁ ପ୍ରବାହିତ କରାଇବା।


“ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା'ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ।


“ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦେବତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ଼ ମନେ କରିବ।


Swiv nou:

Piblisite


Piblisite