ଯିଶାଇୟ 14:13 - ପବିତ୍ର ବାଇବଲ13 ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, “ଆମ୍ଭେ ପରମେଶ୍ୱରଙ୍କ ପରି ସ୍ୱର୍ଗାରୋହଣ କରିବା। ଆମ୍ଭେ ସ୍ୱର୍ଗର ଊର୍ଦ୍ଧ୍ୱକୁ ଯିବା, ଆମ୍ଭେ ପରମେଶ୍ୱରଙ୍କ ତାରକାର ଊର୍ଦ୍ଧ୍ୱରେ ସିଂହାସନ ସ୍ଥାପନ କରିବା। ଆମ୍ଭେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପରେ ଉପବିଷ୍ଟ ହେବା ଓ ସେହି ପର୍ବତରେ ପରମେଶ୍ୱରଙ୍କୁ ସାକ୍ଷାତ କରିବା। Gade chapit laପବିତ୍ର ବାଇବଲ (Re-edited) - (BSI)13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ଵର୍ଗାରୋହଣ କରିବା, ଆମ୍ଭେ ପରମେଶ୍ଵରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ଵରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; Gade chapit laଓଡିଆ ବାଇବେଲ13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ‘ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; Gade chapit la |
“ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା।
ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ।