ଯିଶାଇୟ 14:1 - ପବିତ୍ର ବାଇବଲ1 ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା'ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ। Gade chapit laପବିତ୍ର ବାଇବଲ (Re-edited) - (BSI)1 କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ। Gade chapit laଓଡିଆ ବାଇବେଲ1 କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି, ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି, ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ। Gade chapit la |
ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇସ୍ରାଏଲର ମୁକ୍ତିଦାତା ଓ ତା'ର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ୱସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, “ତାଙ୍କ ସକାଶେ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ, କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ। ସେମାନେ ତୁମ୍ଭର ଅନୁସରଣ କରିବେ। ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ, ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି, ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”
ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର।