Biblia Todo Logo
Bib sou entènèt

- Piblisite -




ଯିଶାଇୟ 13:16 - ପବିତ୍ର ବାଇବଲ

16 ସେମାନଙ୍କର ଗୃହମାନଙ୍କରୁ ସମସ୍ତ ଦ୍ରବ୍ୟ ଲୁଣ୍ଠିତ ହେବ। ସେମାନଙ୍କର ଭାର୍ଯ୍ୟାମାନେ ଧର୍ଷିତା ହେବେ ଓ ସେମାନଙ୍କର ଦୃଷ୍ଟି ଗୋଚରରେ ସେମାନଙ୍କର ଛୋଟ ପିଲାମାନେ ମୃତ୍ୟୁ ପର୍ଯ୍ୟନ୍ତ କୋରଡ଼ା ପାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।

Gade chapit la Kopi

ଓଡିଆ ବାଇବେଲ

16 ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।

Gade chapit la Kopi




ଯିଶାଇୟ 13:16
9 Referans Kwoze  

କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା'ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ।


ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା।


ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ।


ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ।


ସେହି ସୈନ୍ୟମାନେ ବାବିଲ ଆକ୍ରମଣ କରି ତା'ର ଯୁବକମାନଙ୍କୁ ହତ୍ୟା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସେମାନେ ଦୟା ଦେଖାଇବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନଷ୍ଟ କରିବେ।


ସେମାନଙ୍କ ଦୋଷ ଯୋଗୁଁ ସେମାନଙ୍କର ପିଲାମାନଙ୍କୁ ହତ୍ୟା କର। ଯେପରିକି ସେମାନଙ୍କର ବଂଶଧର ପୁନର୍ବାର ଦେଶର ଶାସକ ହେବେ ନାହିଁ ଓ ଜଗତକୁ ସେମାନଙ୍କ ନଗରରେ ପରିପୂର୍ଣ୍ଣ କରିବେ ନାହିଁ।


ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।


ଆଉ ଆମ୍ଭେ ତୁମ୍ଭ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ, ବୃଦ୍ଧ ଓ ବାଳକ ଏବଂ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା।


Swiv nou:

Piblisite


Piblisite