Biblia Todo Logo
Bib sou entènèt

- Piblisite -




ଯିଶାଇୟ 12:3 - ପବିତ୍ର ବାଇବଲ

3 ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ। ତାହାହେଲେ ତୁମ୍ଭେମାନେ ସୁଖୀ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।

Gade chapit la Kopi

ଓଡିଆ ବାଇବେଲ

3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।

Gade chapit la Kopi




ଯିଶାଇୟ 12:3
16 Referans Kwoze  

ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।


ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।


ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’


“କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।


ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ; ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ।


ବାକ୍ୟ (ଖ୍ରୀଷ୍ଟ) ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ଆଶୀର୍ବାଦ ଉପରେ ଆଶୀର୍ବାଦ ପାଇଅଛୁ।


ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।


ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।


ହାନ୍ନା ପ୍ରାର୍ଥନା କରି କହିଲା, “ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି। ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି। ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି। ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।


ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା।


ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ। ଆଉ ଯେଉଁ ସ୍ଥାନ ଦେଇ ଏହା ପ୍ରବାହିତ ହେବ, ସେ ସ୍ଥାନରେ ସମସ୍ତେ ସଂଜୀବିତ ହେବେ।


ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ। “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”


ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।


Swiv nou:

Piblisite


Piblisite