Biblia Todo Logo
Bib sou entènèt

- Piblisite -




ଯିଶାଇୟ 10:33 - ପବିତ୍ର ବାଇବଲ

33 ଦେଖ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମରେ ଏହା କରିବେ। ମହାନ ଓ ପ୍ରଧାନ ବ୍ୟକ୍ତିମାନଙ୍କୁ ଛେଦନ କରାଯିବ। ସେହି ଉନ୍ନତମାନେ ନତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।

Gade chapit la Kopi

ଓଡିଆ ବାଇବେଲ

33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।

Gade chapit la Kopi




ଯିଶାଇୟ 10:33
17 Referans Kwoze  

“କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।


ଦିନେ ସ‌‌‌ନ୍‌‌‌ହେରୀବ ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କଲାବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା'ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ୱ କଲା।


ଯେଉଁ ଲୋକ ନିଜକୁ ମହାନ୍ ଭାବେ, ତାକୁ ହୀନ କରି ଦିଆଯିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାଯିବ।”


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ‌‌ଖ‌ଡ଼୍‌ଗରେ ବଧ କଲେ।


ସେହି ଲୋକମାନେ ନମ୍ର ହେବେ। ସେହି ମହାନ ଲୋକମାନେ ସେମାନଙ୍କର ମଥାନତ କରିବେ ଓ ଭୂମିକୁ ମୁଖ କରିବେ।


ତୁମ୍ଭର ଶକ୍ତିଶାଳୀ କୋଳାହଳରେ ଗୋଷ୍ଠୀଗଣ ପଳାୟନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।’


ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନିରେ ପକାଇବେ।


ଅଶୂରକୁ ଦେଖ! ସେ ଲିବାନୋ‌ନ୍‌ର ଏରସ ବୃକ୍ଷସ୍ୱରୂପ ଅଟେ। ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧ୍ୟରେ ଥିଲା।


ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ, “ଅଶୂରୀୟର ଲୋକମାନେ ଅତି ବଳଶାଳୀ, ସେମାନଙ୍କର ବହୁ ସୈନ୍ୟ ଅଛନ୍ତି। କିନ୍ତୁ ସେମାନେ ସମସ୍ତେ ନିହତ ହୋଇ ଶେଷ ହେବେ। ହେ ମୋର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦେଲୁ କିନ୍ତୁ ଆଉ ଅଧିକ ଦୁଃଖ ଦେବା ନାହିଁ।


ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା'ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା'ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ।


ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।


Swiv nou:

Piblisite


Piblisite