Biblia Todo Logo
Bib sou entènèt

- Piblisite -




ଯିଶାଇୟ 10:32 - ପବିତ୍ର ବାଇବଲ

32 ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।

Gade chapit la Kopi

ଓଡିଆ ବାଇବେଲ

32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।

Gade chapit la Kopi




ଯିଶାଇୟ 10:32
21 Referans Kwoze  

ତା'ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକୁ ଫେରିଗଲେ। ଦାଉଦ ନୋବକୁ ଗଲେ। ଯାଜକ ଅହୀମେଲକକୁ ଦେଖା କରିବାକୁ ଗଲେ। ଅହୀମେଲକ ଦାଉଦକୁ ଦେଖିବା ପାଇଁ ବାହାରକୁ ଆସିଲେ ଓ ସେ ଭୟରେ ଥରୁଥିଲେ। ଅହୀମେଲକ ଦାଉଦଙ୍କୁ ପଗ୍ଭରିଲେ, “ତୁମ୍ଭେ କାହିଁକି ଏକା ଆସିଛ? ତୁମ୍ଭ ସହିତ ଆଉ କେହି ଆସିଲେ ନାହିଁ କାହିଁକି?”


ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।” ତା'ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମୋତେ ପଠାଇଥିଲେ।


“ସ‌‌‌ନ୍‌‌‌ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, ‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ଯିରୁଶାଲମର କନ୍ୟା ତୁମ୍ଭକୁ ହୀନ ଦୃଷ୍ଟିରେ ଦେଖିଛି।


ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ।


ସେ ଯାଜକମାନଙ୍କର ନୋବ୍ ନଗରକୁ ଖଣ୍ଡାରେ ଆଘାତ କଲା, ଦୋୟେଗ ନୋ‌‌ବ୍‌‌ର ସମସ୍ତ ଲୋକମାନଙ୍କୁ ହତ୍ୟା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ୟପାୟୀ ଶିଶୁ ଏବଂ ସେମାନଙ୍କର ଗାଈ, ଗଧ ଓ ମେଷମାନଙ୍କୁ ହତ୍ୟା କଲା।


ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସେମାନେ ଅଶ୍ୱାରୋହଣ କରନ୍ତି। ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।”


ପରମେଶ୍ୱର କହିଲେ, “ବୃକ୍ଷଲତା ଶୂନ୍ୟ ପର୍ବତ ଉପରେ ଏକ ଧ୍ୱଜା ଟେକ। ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକ। ସେମାନଙ୍କୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ୱାର ଦେଇ ସେମାନେ ପ୍ରବେଶ କରନ୍ତୁ।


ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ।


ମୋର ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, “ହେ ମୋର ସିୟୋନ ନିବାସୀଗଣ, ତୁମ୍ଭେମାନେ ଅଶୂରକୁ ଭୟ କର ନାହିଁ, ଯଦ୍ୟପି ଅତୀତରେ ମିଶର ତୁମ୍ଭମାନଙ୍କୁ ଯଷ୍ଟିରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ।


ଶେଷ ଦିନରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ। ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।


ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ର‌ରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’


ଅନାଥୋତ, ନୋବ, ଓ ଅନନିୟାରେ


ଶାଉଲଙ୍କର ଦାସ ନିକଟରେ ଛିଡ଼ା ହୋଇଥିବା ଇଦୋମୀୟ ଦୋୟେଗ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି।


ମ‌‌ଦ୍‌‌ମେନା ଲୋକମାନେ ପଳାୟନ କରୁଛନ୍ତି। ପୁଣି ଗେବୀମ୍ ନିବାସୀମାନେ ଲୁଚୁଛନ୍ତି।


ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ।


ଦାଉଦ ଅହୀମେଲକକୁ କହିଲେ, “ରାଜା ମୋତେ ଏକ ଗୁରୁତର ଆଦେଶ ସହ ପଠାଇଛନ୍ତି। ସେ ମୋତେ କହିଲେ, ‘ଏ ଅଭିଯାନ ଆଉ କାହାକୁ ଜଣାଇବ ନାହିଁ। ମୁଁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏ କଥା ଜାଣିବା ଉଚିତ୍ ନୁହେଁ।’ କେଉଁଠାରେ ମୋତେ ଦେଖା କରିବା ପାଇଁ ମୁଁ ମୋ’ ଲୋକମାନଙ୍କୁ କହିଛି।


ହିଜକିୟ ଏହି ସମସ୍ତ ବିଷୟ ବିଶ୍ୱସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସ‌ନ୍‌ହେରୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସ‌ନ୍‌ହେରୀବ୍ ଓ ତାଙ୍କର ସୈନ୍ୟଦଳ ଦୁର୍ଗଗୁଡ଼ିକର ବାହାରେ ଛାଉଣି ସ୍ଥାପନ କଲେ। ସେ ସେହି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସ‌ନ୍‌ହେରୀବ୍ ନିଜ ନିମନ୍ତେ ଏହିସବୁ ସହର ଜୟ କରିବାକୁ ଇଚ୍ଛା କରୁଥିଲେ।


ହିଜକିୟ ଜାଣିଥିଲେ ଯେ, ସ‌ନ୍‌ହେରୀବ୍ ଯିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି।


ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ। “ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।”


ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।


ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା'ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।


Swiv nou:

Piblisite


Piblisite