Biblia Todo Logo
Bib sou entènèt

- Piblisite -




ଯିଶାଇୟ 10:14 - ପବିତ୍ର ବାଇବଲ

14 ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ଵ ସଂଗ୍ରହ କରେ, ସେପରି ମୁଁ ସମୁଦାୟ ପୃଥିବୀକି ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଚଞ୍ଚୁ ଫିଟାଇବାକୁ ଅବା ଚିଁ ଚିଁ ଶଦ୍ଦ କରିବାକୁ କେହି ନ ଥିଲା।

Gade chapit la Kopi

ଓଡିଆ ବାଇବେଲ

14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।”

Gade chapit la Kopi




ଯିଶାଇୟ 10:14
14 Referans Kwoze  

ମୁଁ ଧନୀ ଥିଲି। କିନ୍ତୁ ତାହା ମୋତେ ଗର୍ବି କରି ନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମୋତେ ଖୁସୀ କରିପାରି ନାହିଁ।


ତାଙ୍କ ପାଖରେ ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।


ସଦାପ୍ରଭୁ ଏହା କୁହନ୍ତି, “ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚରେ ଉଡ଼ ଏବଂ ତାରକା ଗହଳରେ ବସା ରଖ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ନିମ୍ନକୁ ନେଇ ଆସିବା।


ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ ନିଜକୁ ମହାନ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।” ଏହା ସଦାପ୍ରଭୁ କହନ୍ତି।


ତୁମ୍ଭେ ସବୁ ଅତି ନିକଟତର ହୋଇ ବାସ କରିବ। ତୁମ୍ଭେମାନେ ଏପରି ଲଗାଲଗି ଘର କରିବ ଯେ, କୌଣସି ଟିକିଏ ହେଲେ ସ୍ଥାନ ଘର ଘର ମଧ୍ୟରେ ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ଯେପରିକି ତୁମ୍ଭେମାନେ ଏକାକୀ ବାସ କରିବ। ସମଗ୍ର ଦେଶରେ ତୁମେମାନେ କେବଳ ଏକମାତ୍ର ଗୋଷ୍ଠୀ ରହିବ।


ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।


ବାବିଲର ରାଜା କ୍ରୋଧରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କେବେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଗ୍ଭରୀ ଶାସକ ଦୂରେଇ ଯାଉ ନ ଥିଲେ।


ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”


ମୋର ପୂର୍ବପୁରୁଷଗଣ ଓ ମୁଁ ଅନ୍ୟାନ୍ୟ ଦେଶର ସମସ୍ତ ଲୋକଙ୍କ ପ୍ରତି କ’ଣ କରିଅଛୁ, ତାହା ତୁମ୍ଭେମାନେ ଅବଶ୍ୟ ଜାଣ। ଅନ୍ୟ ଦେଶର ଦେବତାମାନେ ସେମାନଙ୍କର ନିଜ ଲୋକମାନଙ୍କୁ ରକ୍ଷା କରି ପାରିଲେ ନାହିଁ। ସେହି ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରି ପାରିଲେ ନାହିଁ।


ଆମ୍ଭେ କୂପ ଖୋଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା’ ଉପରେ ପଦଗ୍ଭରଣା କରିଅଛୁ।”


Swiv nou:

Piblisite


Piblisite