Biblia Todo Logo
Bib sou entènèt

- Piblisite -




ଯିଶାଇୟ 10:10 - ପବିତ୍ର ବାଇବଲ

10 ମୁଁ ସେହି ଭ୍ରଷ୍ଟାଗ୍ଭରୀ ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସେଗୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସେହି ଲୋକମାନେ ପୂଜା କରୁଛନ୍ତି ସେଗୁଡ଼ିକ ଯିରୁଶାଲମ ଓ ଶମରିୟାର ପ୍ରତିମାଗୁଡ଼ିକଠାରୁ ଶ୍ରେଷ୍ଠତର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;

Gade chapit la Kopi

ଓଡିଆ ବାଇବେଲ

10 ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;

Gade chapit la Kopi




ଯିଶାଇୟ 10:10
8 Referans Kwoze  

ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”


ସେହି ସେବକଗଣ ଏପରି କାର୍ଯ୍ୟ କଲେ, ଯେପରି ଇସ୍ରାଏଲ ପରମେଶ୍ୱର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।


ହେ ପରମେଶ୍ୱର, ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।


ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି।


Swiv nou:

Piblisite


Piblisite