Biblia Todo Logo
Bib sou entènèt

- Piblisite -




ହୋଶେୟ 8:5 - ପବିତ୍ର ବାଇବଲ

5-6 ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ହେ ଶମରିୟେ, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି। ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?

Gade chapit la Kopi

ଓଡିଆ ବାଇବେଲ

5 ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମାକୁ ଅଗ୍ରାହ୍ୟ କରିଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି ! ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମାକୁ ଅଗ୍ରାହ୍ୟ କରିଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି! ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?

Gade chapit la Kopi




ହୋଶେୟ 8:5
17 Referans Kwoze  

ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା।


ଆମ୍ଭେ ପର୍ବତଗୁଡ଼ିକ ଉପରେ ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ଯିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତେକାଳ ଏହି ପାପକର୍ମ କରିଗ୍ଭଲିବ?”


“ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ?


ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ।


ହେ ଯିରୁଶାଲମ ନିବାସୀଗଣ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦୟକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ।


“ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।


ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ, ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି। ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ। ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।


ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର। ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ। ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।


ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।


ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି।


ଶମରିୟାର ପାପ ପାଇଁ ସେମାନେ ଶପଥ ନେଇ କହିବେ, ‘ହେ ଦାନ୍ ଯେପରି ତୁମ୍ଭର ପରମେଶ୍ୱର ନିଶ୍ଚିତ ଜୀବିତ’ ଓ ‘ବେ‌ର୍‌ଶେବାର ପ୍ରଭୁ ନିଶ୍ଚିତ ଜୀବିତ, ସେମାନଙ୍କର ନିଶ୍ଚିତ ପତନ ଘଟିବ ଓ ସେମାନେ କେବେ ଉଠି ପାରିବେ ନାହିଁ।”


“ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛିଏ।


ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେ‌‌‌ନ୍‌‌‌ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”


ଏହି, ତା'ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହେବ। ଶମରିୟାର ସମସ୍ତ ଧନ ଅଗ୍ନିରେ ଦ‌ଗ୍‌ଧ କରାଯିବ। ସେହି ଭଣ୍ତ ଦେବତାର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯିବ। କାରଣ ଶମରିୟା ତା'ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ଅର୍ଜ୍ଜନ କରିଛି। ସେଥିପାଇଁ ଶମରିୟାର ଧନସମ୍ପଦସବୁ ବାହାର କରି ନିଆଯିବ ଏବଂ ପୁଣି ବେଶ୍ୟାମାନଙ୍କର ମଜୁରୀ ରୂପେ ତାହା ବ୍ୟବହାର କରାଯିବ।


Swiv nou:

Piblisite


Piblisite