ହୋଶେୟ 7:16 - ପବିତ୍ର ବାଇବଲ16 କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ। ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ୟବହାର କଲେ। ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ ବୃଥା ବଡ଼ିମା ଦେଖାଉଥିଲେ କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ। Gade chapit laପବିତ୍ର ବାଇବଲ (Re-edited) - (BSI)16 ସେମାନେ ଫେରି ଆସନ୍ତି ପ୍ରମାଣ, ମାତ୍ର ଊର୍ଦ୍ଧ୍ଵସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କର ଅଧିପତିମାନେ ଆପଣା ଆପଣା ଜିହ୍ଵାର ପ୍ରଚଣ୍ତତା ହେତୁରୁ ଖଡ଼୍ଗ ଦ୍ଵାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। Gade chapit laଓଡିଆ ବାଇବେଲ16 ସେମାନେ ଫେରି ଆସନ୍ତି ସତ୍ୟ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କ ଅଧିପତିମାନେ ଆପଣା ଆପଣା ଜିହ୍ୱାର ପ୍ରଚଣ୍ଡତା ସକାଶୁ ଖଡ୍ଗ ଦ୍ୱାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ସେମାନେ ଫେରି ଆସନ୍ତି ସତ୍ୟ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କ ଅଧିପତିମାନେ ଆପଣା ଆପଣା ଜିହ୍ୱାର ପ୍ରଚଣ୍ଡତା ସକାଶୁ ଖଡ୍ଗ ଦ୍ୱାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। Gade chapit la |
ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।
“ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’