Biblia Todo Logo
Bib sou entènèt

- Piblisite -




ହୋଶେୟ 6:8 - ପବିତ୍ର ବାଇବଲ

8 ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ, ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଗିଲିୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

8 ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।

Gade chapit la Kopi




ହୋଶେୟ 6:8
17 Referans Kwoze  

ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।


ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ।


ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି। ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି।


“ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ।


ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି।


ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”


ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ। ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ।


କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର। ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।


ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।


ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା।


ସେମାନେ ଗିବିୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସେମାନଙ୍କର ସମ୍ମୁଖକୁ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ‌‌ଖ‌ଡ଼୍‌ଗ ତାହାର କଟି ଦେଶରେ ବନ୍ଧାଥିଲା। ପୁଣି ସେ ଯାଉ ଯାଉ ତାହା ପଡ଼ିଗଲା। ତେଣୁ ଯୋୟାବ ଏହାକୁ ଉଠାଇଲା ଓ ଧରିଲା।


ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା'ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ।


ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ। ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର। ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।


“ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ।


Swiv nou:

Piblisite


Piblisite