Biblia Todo Logo
Bib sou entènèt

- Piblisite -




ହୋଶେୟ 6:4 - ପବିତ୍ର ବାଇବଲ

4 “ହେ ଇଫ୍ରୟିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ? ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃକାଳୀନ ମେଘ ତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

4 ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃ କାଳୀନ ମେଘ ତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃକାଳୀନ ମେଘ ତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।

Gade chapit la Kopi




ହୋଶେୟ 6:4
19 Referans Kwoze  

ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ।


“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ। ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋୟିମ୍ ପରି ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।


କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।


ପୁଣି ତୁମ୍ଭେମାନେ ଏହା ପରେ ଆପଣା ପ୍ରତିବାସୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମରେ ଖ୍ୟାତ ମନ୍ଦିରରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ।


ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ, ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା। ଆମ୍ଭ ଲୋକମାନେ ପାପ କରିଥିବା ହେତୁ ଆଉ ଆମ୍ଭେ କ’ଣ କରି ପାରିବା?


ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ। ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।


ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶୋଧ ନେବା ନାହିଁ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।


ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି। ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ। ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ।


ଆମ୍ଭେ ସଦାପ୍ରଭୁ କହୁଅଛୁ, “ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା, ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା। ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।


ଏସବୁ ସତ୍ତ୍ୱେ ଇସ୍ରାଏଲର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କେବଳ ଛଳନା କଲା।” ଏହା ସଦାପ୍ରଭୁ କହନ୍ତି।


“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା। ତା'ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା। ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ। ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।


ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ।


Swiv nou:

Piblisite


Piblisite