Biblia Todo Logo
Bib sou entènèt

- Piblisite -




ହୋଶେୟ 5:7 - ପବିତ୍ର ବାଇବଲ

7 ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିଶ୍ଵାସ-ଘାତକତା କରିଅଛନ୍ତି; କାରଣ ସେମାନେ ବିଦେଶୀୟ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।

Gade chapit la Kopi

ଓଡିଆ ବାଇବେଲ

7 ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।

Gade chapit la Kopi




ହୋଶେୟ 5:7
15 Referans Kwoze  

କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ। ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।


ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ, ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ।


ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥିଲା; କାରଣ ତୁମ୍ଭେ ଅତି ବିଶ୍ୱାସଘାତ କରିଥିଲ; ଜନ୍ମରୁ ତୁମ୍ଭେ ଅଧର୍ମାଗ୍ଭରୀ ବୋଲି ଖ୍ୟାତ ହୋଇଥିଲ; ଆମ୍ଭେ ଜାଣିଲୁ।


ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ।


ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ସମସ୍ତ ଭୋଜିକୁ ବନ୍ଦ କରିଦେବା।


ତା'ର ପିଲାମାନଙ୍କ ଉପରେ ଆମ୍ଭର ଦୟା ନାହିଁ କାରଣ ସେମାନେ ଜାରଜ ସନ୍ତାନ।


ଏଣୁ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘୋଷଣା କରୁଛୁ ତାହା ବିଳମ୍ବ ହେବ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ସଦାପ୍ରଭୁ କହନ୍ତି, “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”


ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା। ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ୟା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।


ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର। ସେହି ଶତ୍ରୁମାନେ ମିଥ୍ୟାବାଦୀ, ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।


ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର। ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।


ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ।


ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ। ତେଣୁ ସେମାନେ ବିନଷ୍ଟ ହେବେ। ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।


Swiv nou:

Piblisite


Piblisite