Biblia Todo Logo
Bib sou entènèt

- Piblisite -




ହୋଶେୟ 5:14 - ପବିତ୍ର ବାଇବଲ

14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲି ଯିବା; ଆମ୍ଭେ ନେଇ ଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi

ଓଡିଆ ବାଇବେଲ

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲି ଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇ ଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।

Gade chapit la Kopi




ହୋଶେୟ 5:14
16 Referans Kwoze  

ବହୁ ଗୋଷ୍ଠୀ ମଧ୍ୟରେ ବିକ୍ଷିପ୍ତ ହୋଇଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧ୍ୟରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ୟ ସେମାନେ ମେଷ ପଲରେ ଯୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କେହି ରକ୍ଷା କରି ପାରିବେ ନାହିଁ।


ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ। ମୋତେ ସେମାନେ ବୋହି ନେଇଯିବେ। ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ।


ହେ ଲୋକମାନେ, ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ। ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ, ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି। ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।


କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ।


ସେହି ଶତ୍ରୁଗଣ ସିଂହପରି ଗର୍ଜନ କରୁଛନ୍ତି। ସେହି ଗର୍ଜନ ଯୁବା ସିଂହର ଗର୍ଜନ ସଦୃଶ। ସେମାନେ ଲୋକମାନଙ୍କ ପଛରେ ଅନୁଧାବନ କରନ୍ତି, ଯେପରି ସେମାନେ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ପଛରେ ଦୌଡ଼ନ୍ତି। ସେମାନେ ଲୁଣ୍ଠିତ ଦ୍ରବ୍ୟ ନେଇଯାଆନ୍ତି ଏବଂ ସେଠାରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି।


ସଦାପ୍ରଭୁ ମୋ’ ପ୍ରତି ଗୋଟିଏ ଭାଲୁ ସଦୃଶ, ଯିଏ ସତର୍କରେ ଯାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁହେ, ସେହିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।


ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।


ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ। କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ।


ଲୋକମାନେ ତୁମ୍ଭ ସମ୍ମୁଖରେ ତୁମ୍ଭର ଗୋବତ୍ସାମାନଙ୍କୁ ବଧ କରିବେ। କିନ୍ତୁ ତୁମ୍ଭେ ତା'ର ମାଂସ ଖାଇ ପାରିବ ନାହିଁ। ଲୋକମାନେ ତୁମ୍ଭର ଗଧମାନ ନେଇ ଯିବେ। ସେମାନେ ତାହା ତୁମ୍ଭକୁ ଫେରାଇବେ ନାହିଁ। ତୁମ୍ଭର ଶତ୍ରୁମାନେ ତୁମ୍ଭର ମେଷମାନଙ୍କୁ ନେଇଯିବେ କିନ୍ତୁ ଉଦ୍ଧାର କରିବାକୁ କେହି ନ ଥିବେ।


ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି। ତାଙ୍କର କ୍ରୋଧ ରୂପକ ‌‌ଖ‌ଡ଼୍‌ଗ ଭୟଙ୍କର ହେବ ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।


“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।


“‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ। ଆଉ କୌଣସି ଅନ୍ୟ ଦେବତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବନ ଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ। କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ


ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।


ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।


Swiv nou:

Piblisite


Piblisite