Biblia Todo Logo
Bib sou entènèt

- Piblisite -




ହୋଶେୟ 5:11 - ପବିତ୍ର ବାଇବଲ

11 ଇଫ୍ରୟିମ ଦଣ୍ତିତ ହେବ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ। କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଇଫ୍ରୟିମ ସନ୍ତୁଷ୍ଟ ହୋଇ ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରୁତ ଓ ବିଚାରରେ କ୍ଳିଷ୍ଟ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

11 ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି।

Gade chapit la Kopi




ହୋଶେୟ 5:11
7 Referans Kwoze  

କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ୟବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେହେତୁ ସେମାନଙ୍କ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତେବେଳେ ସେମାନେ ତୁମ୍ଭର ବିଧ୍ୱସ୍ତ ନଗର ଦେଖିବେ ସେମାନେ ବିସ୍ମୟରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।”


“ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନେଇଯିବେ। ଏବଂ ତୁମ୍ଭେ ସର୍ବଦା କେବଳ ଉପଦ୍ରବ ଗ୍ରସ୍ତ ଓ ନିର୍ଯ୍ୟାତନା ଭୋଗ କରିବ।


ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।


ଇଫ୍ରୟିମ ଦଣ୍ତିତ ହେବ। ସେମାନଙ୍କର ମୂଳ ମରିଯାଇଛି। ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ। ସେମାନେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।


Swiv nou:

Piblisite


Piblisite