Biblia Todo Logo
Bib sou entènèt

- Piblisite -




ହୋଶେୟ 5:10 - ପବିତ୍ର ବାଇବଲ

10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଜଳ ପରି ଢାଳିବା।

Gade chapit la Kopi

ଓଡିଆ ବାଇବେଲ

10 ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।

Gade chapit la Kopi




ହୋଶେୟ 5:10
15 Referans Kwoze  

“ତୁମ୍ଭେମାନେ ଭୂମିରେ ଥିବା ପଥର ଚିହ୍ନକୁ ଘୁଞ୍ଚାଇବ ନାହିଁ। ଏହି ପଥର ଚିହ୍ନ ଅତୀତରେ ଦିଆଯାଇଥିବା ଭୂମିକୁ ଚିହ୍ନଟ କରିବା ପାଇଁ ସେହି ପଥର ଚିହ୍ନକୁ ପରିବର୍ତ୍ତନ କରିବ ନାହିଁ। ସେହି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦେବେ।


ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।


“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପ୍ରତିବାସୀର ଭୂମିର ଚିହ୍ନ ଘୁଞ୍ଚାଏ, ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’


“କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”


ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”


ବର୍ତ୍ତମାନ ଆମ୍ଭେ ଆପଣା କ୍ରୋଧକୁ ତୁମ୍ଭ ଉପରେ ପ୍ରୟୋଗ କରିବା। ଯେପର୍ଯ୍ୟନ୍ତ ଏହା ପ୍ରାଧାନ୍ୟ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସାରେ ବିଗ୍ଭର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁଁ ତୁମ୍ଭକୁ ଦଣ୍ଡିତ କରିବା।


ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।


ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।


ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା। ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।


ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ। ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।


ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’


ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”


Swiv nou:

Piblisite


Piblisite