Biblia Todo Logo
Bib sou entènèt

- Piblisite -




ହୋଶେୟ 4:11 - ପବିତ୍ର ବାଇବଲ

11 “ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।

Gade chapit la Kopi

ଓଡିଆ ବାଇବେଲ

11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।

Gade chapit la Kopi




ହୋଶେୟ 4:11
15 Referans Kwoze  

ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।


“ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ।


ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି।


ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ।


ତୁମ୍ଭେମାନେ ଭୋଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ଯ୍ୟ ଲକ୍ଷ୍ୟ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛି ମାତ୍ର ତୁମ୍ଭେମାନେ ତାହା ଲକ୍ଷ୍ୟ କର ନାହିଁ। ତେଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣ ହେବ।


ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବେକ ନଷ୍ଟ କରେ।


ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ।


“ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତେବେଳେ ସମାଗମ-ତମ୍ବୁରେ ପ୍ରବେଶ କରିବ ତୁମ୍ଭେମାନେ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବ ନାହିଁ। ଯଦି ତୁମ୍ଭେମାନେ ତାହା କର ତେବେ ତୁମ୍ଭେମାନେ ମରିବ। ଏହି ବ୍ୟବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ପାଳିତ ହେବ।


ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା'ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ।


ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।


ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।


“ଶମରିୟାର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି। ସେମାନେ ‌ବା‌ଲ୍‌ଦେବ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ଇସ୍ରାଏଲ ଲୋକମାନଙ୍କୁ କୁପଥରେ ଚଲାଇଲେ।


ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି।


Swiv nou:

Piblisite


Piblisite