Biblia Todo Logo
Bib sou entènèt

- Piblisite -




ହୋଶେୟ 2:7 - ପବିତ୍ର ବାଇବଲ

7 ସେ ତା'ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା'ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, ମୁଁ ଫେରି ଆପଣା ପ୍ରଥମ ସ୍ଵାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, “ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, ‘ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।’

Gade chapit la Kopi




ହୋଶେୟ 2:7
41 Referans Kwoze  

“ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ: “‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ, ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ, ଯେଉଁ ଭୂମିରେ କିଛି ଜନ୍ମେ ନାହିଁ।


ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।


ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।


ଜ୍ୟେଷ୍ଠାର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ।


ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”


ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।


ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”


ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା'ପରେ ସେ ହୃ‌‌ଦ୍‌‌ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।


ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”


ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।


“ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।


ଏଣୁ ହେ ଅହଲୀବା, ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ମୁଁ ତୁମ୍ଭ ପ୍ରେମିକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଉଠାଇବି। ସେହି ପ୍ରେମିକମାନେ ଯିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘେରି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।


ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”


ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।


ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି


ଏହି ନିୟମ ସେମାନଙ୍କ ପୂର୍ବପୁରୁଷଗଣଙ୍କ ସହ ହୋଇଥିବା ନିୟମ ପରି ହେବ ନାହିଁ। ସେତେବେଳେ ଆମ୍ଭେ ସେମାନଙ୍କୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିୟମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।”


ମୁଁ ପ୍ରକୃତରେ ଇଫ୍ରୟିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶାସ୍ତି ଦେଇଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ୟପଶୁ ସଦୃଶ ଥିଲି। ମୋତେ ତୁମ୍ଭ ନିକଟକୁ ଫେରିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମୋର ପରମେଶ୍ୱର।


ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଗ୍ଭଲିଛ, ଏତେ ଅବହେଳିତ ଭାବରେ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେହିପରି ମିଶରର ବିଷୟରେ ଲଜ୍ଜିତା ହେବ।


ମାତ୍ର ତୁମ୍ଭେମାନେ ନିଜ ପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଆସନ୍ତୁ ଓ ଯଦି ପାରନ୍ତି ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ୟାନୁସାରେ ତୁମ୍ଭର ଦେବତାମାନେ ଅଛନ୍ତି


ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ।


ହେ ମୋର ପ୍ରାଣ, ବିଶ୍ରାମ କର। ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।


“ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତେବେ ତା'ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ। ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।” ଏହା ସଦାପ୍ରଭୁ କହନ୍ତି।


ସଦାପ୍ରଭୁ ଏହା କୁହନ୍ତି, “ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ।


ଦମ୍ମେଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହ‌ସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।


ଆମ୍ଭେ ନିଶ୍ଚିତ କରିବୁ ଯେହେତୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭେମାନେ ପେୟନୈବେଦ୍ୟ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇଲୁ ଏବଂ ସୁଖରେ ଥିଲୁ। କୌଣସି ଅମଙ୍ଗଳ ଆମ୍ଭ ପ୍ରତି ଘଟି ନ ଥିଲା।


ସେ ମଧ୍ୟ ସେହି ଅଶୂରୀୟ ଦେଶାଧ୍ୟକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ଯୁବକ ଓ ଅଶ୍ୱାରୋହୀ ଥିଲେ।


ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”


Swiv nou:

Piblisite


Piblisite