Biblia Todo Logo
Bib sou entènèt

- Piblisite -




ହୋଶେୟ 2:22 - ପବିତ୍ର ବାଇବଲ

22 ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;

Gade chapit la Kopi




ହୋଶେୟ 2:22
8 Referans Kwoze  

ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।


“ତା'ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।”


ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା'ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି।


ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ, ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ ଓ ଗୋପଲର ଗୋବତ୍ସ ବହି ଆସିବ ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ। ସେମାନେ ଆଉ ଦୁଃଖୀ ହେବେ ନାହିଁ।


ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ। ସେମାନେ ଶସ୍ୟ ସଦୃଶ ବଢ଼ିବେ, ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସେମାନେ ଲିବାନୋ‌ନ୍‌ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।


ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ; କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’ କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି।


ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”


ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”


Swiv nou:

Piblisite


Piblisite