ହୋଶେୟ 2:18 - ପବିତ୍ର ବାଇବଲ18 “ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା। Gade chapit laପବିତ୍ର ବାଇବଲ (Re-edited) - (BSI)18 ଆଉ, ସେଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ଼୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା,। Gade chapit laଓଡିଆ ବାଇବେଲ18 ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା। Gade chapit la |
ତା'ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ। ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ। ସେମାନେ ଖଡ଼୍ଗରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛାରେ ଦାଆ ତିଆରି କରିବେ। ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ। ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।