Biblia Todo Logo
Bib sou entènèt

- Piblisite -




ହୋଶେୟ 14:3 - ପବିତ୍ର ବାଇବଲ

3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ଵାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।

Gade chapit la Kopi

ଓଡିଆ ବାଇବେଲ

3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ‘ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ’ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।”

Gade chapit la Kopi




ହୋଶେୟ 14:3
36 Referans Kwoze  

ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।


ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ। ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି। ହେ ସଦାପ୍ରଭୁ, ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।


“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆସେ।”


ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।


ଆମ୍ଭେ ତା'ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା'ପରେ ଲୋକେ ବା‌‌ଲ୍‌‌‌‌ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ।


ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର।


ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ।


ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ। ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।


“ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି।


ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।


ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି। ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।


ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।


ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


“‘ଏହା ସତ୍ତ୍ୱେ, ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଗ୍ଭହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସେମାନଙ୍କ ପାଇଁ ଯଦି ଅଶ୍ୱ ଆରୋହଣକାରୀମାନଙ୍କୁ ଖୋଜି ପାରିବ, ତେବେ ମୁଁ ତୁମ୍ଭଙ୍କୁ 200 ଅଶ୍ୱ ଦେବି।


ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।


ଏହି ସନ୍ତାନଗଣ ମୋତେ ନ ପଗ୍ଭରି ଫାରୋଙ୍କ ବଳରେ ବଳୀୟାନ ହେବାକୁ ଓ ମିଶରରେ ଆଶ୍ରୟ ନେବାକୁ ମିଶର ଯାତ୍ରା କରନ୍ତି।


ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ।


ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ।


ତୁମ୍ଭେମାନେ ପୂଜା କରିବାକୁ ବାଛିଥିବା ଅଲୋନଗଛ ଓ ସ୍ୱତନ୍ତ୍ର ବଗିଗ୍ଭ ପାଇଁ ଭବିଷ୍ୟତରେ ଲୋକମାନେ ଲଜ୍ଜିତ ହେବେ।


ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।


ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।


ସେହି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, “ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାଯ୍ୟ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେହେତୁ ତୁମ୍ଭେ ସାହାଯ୍ୟ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ୟଦଳ ତୁମ୍ଭଠାରୁ ଖସି ପଳାଇଗଲେ।


କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା।


ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଆମ୍ଭେ ସେମାନଙ୍କୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”


ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ।


ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି।


ତା'ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା।


Swiv nou:

Piblisite


Piblisite