Biblia Todo Logo
Bib sou entènèt

- Piblisite -




ହୋଶେୟ 13:7 - ପବିତ୍ର ବାଇବଲ

7 “ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏଣୁକରି ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହୋଇଅଛୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ଵରେ ଛକି ବସିବା;

Gade chapit la Kopi

ଓଡିଆ ବାଇବେଲ

7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;

Gade chapit la Kopi




ହୋଶେୟ 13:7
10 Referans Kwoze  

କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।


ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ। ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ। ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସେମାନେ ବହୁ ଅପରାଧ କରିଛନ୍ତି ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି।


ସଦାପ୍ରଭୁ ମୋ’ ପ୍ରତି ଗୋଟିଏ ଭାଲୁ ସଦୃଶ, ଯିଏ ସତର୍କରେ ଯାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁହେ, ସେହିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।


ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର ନ କରିବ।


ସିଂହଟି ଗର୍ଜନ କରେ ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ। ଯଦି ଗୋଟିଏ ଯୁବା ସିଂହ ତା'ର ଗୁମ୍ଫାରେ ଗର୍ଜନ କରୁଛି ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।


ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”


ସଦାପ୍ରଭୁ ମହାନ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତେଜିତ କରିବେ ଓ ସେ ଘୋର ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।


ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା'ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା'ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା।


ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।


ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି। ତାଙ୍କର କ୍ରୋଧ ରୂପକ ‌‌ଖ‌ଡ଼୍‌ଗ ଭୟଙ୍କର ହେବ ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।


Swiv nou:

Piblisite


Piblisite