Biblia Todo Logo
Bib sou entènèt

- Piblisite -




ହୋଶେୟ 12:5 - ପବିତ୍ର ବାଇବଲ

5 ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।

Gade chapit la Kopi

ଓଡିଆ ବାଇବେଲ

5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।

Gade chapit la Kopi




ହୋଶେୟ 12:5
7 Referans Kwoze  

ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’


“ମୁଁ ସଦାପ୍ରଭୁ ଓ ତାହା ହିଁ ମୋର ନାମ। ମୋର ପ୍ରଶଂସା ଓ ମହିମା ମୁଁ ସେହି ଖୋଦିତ ପ୍ରତିମାଗଣକୁ ଦେବି ନାହିଁ।


ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।


ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା'ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।”


ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”


ହେ ପରମେଶ୍ୱରଙ୍କ ଅନୁଗାମୀମାନେ, ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।


ଯେତେବେଳେ ଯାକୁବ ପଦ୍ଦନ୍-ଅରାମକୁ ଫେରିଲେ ପରମେଶ୍ୱର ତାଙ୍କୁ ପୁନର୍ବାର ଦେଖା ଦେଲେ। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କଲେ।


Swiv nou:

Piblisite


Piblisite