ହୋଶେୟ 12:11 - ପବିତ୍ର ବାଇବଲ11 ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗିଲ୍ଗଲ୍ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଗିଲୀୟଦ୍ କି ଅଧର୍ମମୟ? ସେମାନେ ସର୍ବତୋ-ଭାବେ ଅସାର; ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି। Gade chapit laଓଡିଆ ବାଇବେଲ11 ଯଦି ଗିଲୀୟଦରେ କିଛି ଅଧର୍ମ ଅଛି, ତେବେ ସେମାନେ ସର୍ବତୋଃ ଭାବେ ଅସାର; ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଯଦି ଗିଲୀୟଦରେ କିଛି ଅଧର୍ମ ଅଛି, ତେବେ ସେମାନେ ସର୍ବତୋଃଭାବେ ଅସାର; ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି। Gade chapit la |
ଏଲିୟ ତିଶ୍ବୀୟର ଭବିଷ୍ୟଦ୍ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତିଶ୍ବୀୟ ଏଲିୟ ଭବିଷ୍ୟଦ୍ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”
ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।”