Biblia Todo Logo
Bib sou entènèt

- Piblisite -




ହୋଶେୟ 12:1 - ପବିତ୍ର ବାଇବଲ

1 ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ବହାଯାଏ।

Gade chapit la Kopi

ଓଡିଆ ବାଇବେଲ

1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ପଠାନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ପଠାନ୍ତି।

Gade chapit la Kopi




ହୋଶେୟ 12:1
20 Referans Kwoze  

“ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା। ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି। କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।”


ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।


ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।


ଆଉ ସେହି ଦ୍ରାକ୍ଷାଲତା ରୋପିତ କ୍ଷେତ୍ରରେ କ’ଣ ବୃଦ୍ଧି ପାଇବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇଯିବ। ବଢ଼ିବା କିଆରୀରେ ତାହା ଶୁଷ୍କ ହୋଇଯିବ।”


ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ। ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହେବ।


“ଆୟୁବ, ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ, ତେବେ ତୁମ୍ଭେ ବ୍ୟକ୍ତିଗତ ମୂଲ୍ୟହୀନ ମତରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନରେ ଭର୍ତ୍ତି ହୋଇ ରହିବ ନାହିଁ।


ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ।


ସେମାନଙ୍କ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାୟୁରେ ଶୁଖିଗଲା ପରି ଦେଖା ଯାଉଥିଲା।


ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଗ୍ଭଲିଛ, ଏତେ ଅବହେଳିତ ଭାବରେ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେହିପରି ମିଶରର ବିଷୟରେ ଲଜ୍ଜିତା ହେବ।


ଯେପରି ଇଫ୍ରୟିମରୁ ତୁମ୍ଭମାନଙ୍କର ଭାଇମାନଙ୍କୁ ତଡ଼ି ନେଇଥିଲୁ, ସେହିପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂରେଇ ଦେବା।’


ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।


ଘୂର୍ଣ୍ଣିବାୟୁ ଦ୍ୱାରା ସେମାନେ ପତିତ ହୋଇଛନ୍ତି। ସେମାନେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହେବେ।”


ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।


ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ।


କିନ୍ତୁ ସେମାନେ ନିଷ୍କପଟ ନ ଥିଲେ, ଏବଂ ସେମାନେ ତାଙ୍କୁ ମିଛ କହିଲେ।


“ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’


“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା। ତା'ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା। ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ। ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।


ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ। ଆମ୍ଭେ ପରମେଶ୍ୱର, ମାନବ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ। ଆମ୍ଭର କ୍ରୋଧ ଦେଖାଇବା ନାହିଁ।


Swiv nou:

Piblisite


Piblisite