Biblia Todo Logo
Bib sou entènèt

- Piblisite -




ହୋଶେୟ 11:7 - ପବିତ୍ର ବାଇବଲ

7 “ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ଵସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ହେଁ କେହି ତାହାଙ୍କର ପ୍ରଶଂସା କରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ୱସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ମଧ୍ୟ କେହି ତାହାଙ୍କର ପ୍ରଶଂସା କରେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ୱସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ମଧ୍ୟ କେହି ତାହାଙ୍କର ପ୍ରଶଂସା କରେ ନାହିଁ।

Gade chapit la Kopi




ହୋଶେୟ 11:7
18 Referans Kwoze  

ଯିହୁଦା ଓ ଯିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି? ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି ଓ ସେମାନେ ଫେରିବାକୁ ଅସମ୍ମତ।


ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।


କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା। ଇସ୍ରାଏଲୀୟମାନେ ‌ବା‌ଲ୍‌ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ। ସେମାନେ ପ୍ରତିମା ନିକଟରେ ଧୂପ ଦେଲେ।


କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ। ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ୟବହାର କଲେ। ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ ବୃଥା ବଡ଼ିମା ଦେଖାଉଥିଲେ କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।


ଆଉ ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦେଖାଇଅଛି।


ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ।


“କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।


ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ।


“ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭେମାନେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର। କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।


ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ ସେମାନେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ। ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।


ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।


ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସେମାନଙ୍କୁ ପାଇଅଛୁ।


ମାତ୍ର ସେମାନେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସେମାନେ ଅବାଧ୍ୟ ହୋଇ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଗ୍ଭରୀ ହେଲେ।


Swiv nou:

Piblisite


Piblisite