Biblia Todo Logo
Bib sou entènèt

- Piblisite -




ହୋଶେୟ 11:1 - ପବିତ୍ର ବାଇବଲ

1 ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇସ୍ରାଏଲର ବାଲ୍ୟ କାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।

Gade chapit la Kopi

ଓଡିଆ ବାଇବେଲ

1 ଇସ୍ରାଏଲର ବାଲ୍ୟ କାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।

Gade chapit la Kopi




ହୋଶେୟ 11:1
18 Referans Kwoze  

ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।”


ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।


“ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।


ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା'ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।”


“ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ: “‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ, ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ, ଯେଉଁ ଭୂମିରେ କିଛି ଜନ୍ମେ ନାହିଁ।


ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।” ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?” ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।


କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ।


“‘ସେତେବେଳେ ମୁଁ (ପରମେଶ୍ୱର) ତୁମ୍ଭ ପାଖ ଦେଇ ଗଲି। ମୁଁ ଲକ୍ଷ୍ୟ କଲି ତୁମ୍ଭେ ରକ୍ତରେ ଭିଜି ଯାଇଛ ତା'ପରେ ମୁଁ ତୁମ୍ଭକୁ କହିଲି, “ଜୀବିତ ରୁହ” ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହୋଇଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହୋଇଅଛ, ମୁଁ ତୁମ୍ଭକୁ କହିଲି, “ବଞ୍ଚ।”


କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ।


“ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା।


ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”


ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ। ଇସ୍ରାଏଲ, ଏହାକୁ ଆଉଥରେ କୁହ।


“ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।


ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”


ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି।


ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ। ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ।


ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।


ଏବଂ ତୁମ୍ଭର ସବୁ ଘୃଣ୍ୟ ଓ ବ୍ୟଭିଗ୍ଭର କାର୍ଯ୍ୟ କଲାବେଳେ ଆପଣା ଯୌବନାବସ୍ଥାରେ ସେହି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତରେ କିପରି ଛଟପଟ ହେଉଥିଲ ତାହା ସ୍ମରଣ କଲ ନାହିଁ।


Swiv nou:

Piblisite


Piblisite