Biblia Todo Logo
Bib sou entènèt

- Piblisite -




ହୋଶେୟ 10:5 - ପବିତ୍ର ବାଇବଲ

5 ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଶମରୀୟା ନିବାସୀଗଣ ବୈଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ; କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

5 ଶମରୀୟା ନିବାସୀଗଣ ବେଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ; କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଶମରୀୟା ନିବାସୀଗଣ ବେଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ; କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।

Gade chapit la Kopi




ହୋଶେୟ 10:5
20 Referans Kwoze  

“ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ।


“ଗିବିୟାରେ ତୂରୀ ବଜାଅ। ରାମାରେ ତୂରୀ ବଜାଅ। ବୈଥ-ଆବନରେ ସତର୍କ କରିଦିଅ। ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।


“ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’


ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବା‌ଲ୍‌‌‌ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ।


ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି।


ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”


ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବା‌ଲ୍‌ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ


ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ।


ପୁଣି ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ତ୍ୟାଗ କଲେ। ସେମାନେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ସେମାନେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବା‌ଲ୍‌‌‌ର ସେବା କଲେ।


ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦା‌ନ୍‌ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ।


ସେ ଉତ୍ତରରେ କହିଲେ, “ମୋର ହାତରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମୋର ଯାଜକକୁ ତୁମ୍ଭେମାନେ ନେଇ ଯାଇଛ। ମୋର ଆଉ କ’ଣ ବାକି ଅଛି? ତଥାପି ତୁମ୍ଭେ ପଗ୍ଭରୁଛ, ‘ସମସ୍ୟା କ’ଣ?’”


ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେ‌ଲ୍‌ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ।


“ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛିଏ।


ସେମାନେ ଅବନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି। ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହୋଇଗଲେ।


ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ।


ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେ‌ଲ୍‌ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ।


Swiv nou:

Piblisite


Piblisite